ବାସେଲ (ସୁଇଜରଲାଣ୍ଡ),୨୪।୨(ପି.ଟି.)- ଭାରତୀୟ ଶଟଲର ସମୀର ବର୍ମା ଏଠାରେ ଚାଲିଥିବା ଏକ ଲକ୍ଷ ୫୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ସୁଇଓ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତିି। ସେ ପୁରୁଷ ସିଙ୍ଗଲ୍ସ ବର୍ଗର ପୂର୍ବତନ ୨ୟ ର଼୍ୟାଙ୍କଧାରୀ ଜାପାନିଜ୍ ଖେଳାଳି କେଣ୍ଟୋ ମୋମୋତାଙ୍କୁ ୨୧-୧୭, ୨୧-୧୬ ଗେମ୍ରେ ହରାଇଛନ୍ତି। ପରାସ୍ତ ହେବା ଯୋଗୁ ମୋମୋତାଙ୍କ ଅପରାଜେୟ ଧାରାର ଅନ୍ତ ଘଟିଛି। ୨୩ ବର୍ଷୀୟ ଜାପାନିଜ ଖେଳାଳି ୨୦୧୬ରେ କାସିନୋ ଯିବା କାରଣରୁ ବାସନ୍ଦ ହୋଇଥିଲା। ବାସନ୍ଦାଦେଶ ଶେଷ କରିବା ପରେ ସେ ଗତ ଅଗଷ୍ଟରେ କୋର୍ଟକୁ ଫେରିଛନ୍ତି। ସମୀର ଆଗାମୀ ପର୍ଯ୍ୟାୟରେ ଥାଇଲାଣ୍ଡର କାଣ୍ଟାଫୋନ ଓ୍ବାଙ୍ଗଚାରୋନଙ୍କୁ ଭେଟିବେ। ଅନ୍ୟପକ୍ଷରେ ଏମ୍.ଆର. ଅର୍ଜୁନ ଓ ଶ୍ଲୋକ ରାମଚନ୍ଦ୍ରନଙ୍କ ପୁରୁଷ ଡବଲ୍ସ ଯୋଡ଼ି ପରାଜୟ ସହ ଅଭିଯାନ ଶେଷ କରିଛନ୍ତି। ଏତଦ୍ ବ୍ୟତୀତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ୍ ଭିଏନାଠାରେ ଚାଲିଥିବା ଅଷ୍ଟ୍ରେିଆନ୍ ଓପନ୍ ଇଣ୍ଟରନ୍ୟାଶନାଲ ଚାଲେଞ୍ଜ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ସେମିଫାଇନାଲରେ ଡେନମାର୍କର ଭିକ୍ଟର ସ୍ବେଡସେନଙ୍କୁ ୨୧-୧୭, ୨୧-୧୯ ଗେମ୍ରେ ପରାଜିତ କରିଛନ୍ତି। ସେ ଟାଇଟଲ ମୁକାବିଲାରେ ୫ମ ସିଡ୍ ଇଷ୍ଟୋନିଆ ଖେଳାଳି ରାଉଲ ମୁଷ୍ଟଙ୍କୁ ଭେଟିବେ।