ତ୍ରିପୁରା ନିର୍ବାଚନ ପାଇଁ ଭୋଟରଙ୍କ ଲମ୍ବା ଲାଇନ

ଅଗରତାଲା,୧୮।୨: ତ୍ରିପୁରା ନିର୍ବାଚନ ପାଇଁ ସୋମବାର ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ମାନିକ ସରକାର ମଧ୍ୟ ତ୍ରିପୁରାର ଏକ ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ କରିଥିବା ସୂଚନା ମିଳିଛି। ୬୦ରୁ ୫୯ଟି ଆସନ ପାଇଁ ୩,୨୧୪ ଭୋଟଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯାଉଛି। ସକାଳ ୭ରୁ ଆରମ୍ଭ ହୋଇଥିବା ଏହି ମତଦାନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଏଥିରେ ୨୯୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ସେମାନଙ୍କ ମଧ୍ୟରେ ୨୩ଜଣ ମହିଳା ଅଛନ୍ତି। ଚାରିଲମ ଆସନରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆର ପ୍ରାର୍ଥୀ ରମେନ୍ଦ୍ର ନାରାୟଣ ଦେବବର୍ମାଙ୍କ ମୃତ୍ୟୁ ଯୋଗୁ ଏହି ଆସନରେ ଭୋଟ ଗ୍ରହଣ ସ୍ଥଗିତ ଥିବା ବେଳେ ଆସନ୍ତା ମାର୍ଚ୍ଚ ୧୨ରେ ସେଠାରେ ଭୋଟ ଗ୍ରହଣ କରାଯିବ। ତେବେ ସୋମବାର ହୋଇଥିବା ଭୋଟଗ୍ରହଣ କେନ୍ଦ୍ରରେ ଦିନ ୧ଟା ମଧ୍ୟରେ ୪୫.୮୬ % ମତଦାନ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *