ମନିକା ବାତ୍ରାଙ୍କୁ ଐତିହାସିକ ସ୍ବର୍ଣ୍ଣ

ଗୋଲ୍ଡ କୋଷ୍ଟ,୧୪।୪(ପି.ଟି)- ମନିକା ବାତ୍ରା ପ୍ରଥମ ଭାରତୀୟ ମହିଳା ଟେବୁଲ ଟେନିସ୍‌ (ଟିଟି) ଖେଳାଳି ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ମହିଳା ସିଙ୍ଗଲ୍ସ ଫାଇନାଲରେ ସିଙ୍ଗାପୁରର ୟୁ ମେଙ୍ଗୟୁଙ୍କୁ ୪-୦ ବ୍ୟବଧାନରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛନ୍ତି। ପୂର୍ବରୁ ତାଙ୍କ ପ୍ରତିନିଧିତ୍ୱରେ ଦଳଗତ ଇଭେଣ୍ଟରେ ଭାରତ ଚାମ୍ପିୟନ୍‌ ହୋଇଛି। ସେହିଭଳି ୨୨ ବର୍ଷୀୟା ଖେଳାଳି ଭେଟେରାନ ଖେଳାଳି ମୌମା ଦାସଙ୍କ ସହ ମିଶି ମହିଳା ଡବଲ୍ସ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। ଏହାବାଦ୍‌ ଚଳିତ ପ୍ରତିଯୋଗିତାରେ ତାଙ୍କ ନିକଟରେ ୪ର୍ଥ ପଦକ ଜିତିବା ପାଇଁ ସୁଯୋଗ ରହିଛି। ସେ ରବିବାର ମିକ୍ସଡ୍‌ ଡବଲ୍ସ ବର୍ଗରେ ପ୍ଲେ-ଅଫ୍‌ ପର୍ଯ୍ୟାୟରେ ଅଂଶଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *