୩ ବରିଷ୍ଠ ନେତାଙ୍କୁ ଦିଲ୍ଲୀରୁ ଡାକରା

ଭୁବନେଶ୍ୱର,୧୭।୪(ବ୍ୟୁରୋ): ରାଜ୍ୟ କଂଗ୍ରେସର ଆମୂଳଚୂଳ ପରିବର୍ତ୍ତନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ଓଡ଼ିଶାର ସଂଗଠନ ଦାୟିତ୍ୱ ୫ କେନ୍ଦ୍ରୀୟ ନେତାଙ୍କ ହାତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଇସାରିଛନ୍ତି। ତେବେ ଖୁବ୍‌ଶୀଘ୍ର ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ରାଜ୍ୟର ୩ ନେତାଙ୍କୁ ଦିଲ୍ଲୀରୁ ଡାକରା ଆସିଛି। ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ, ବିଧାୟକ ନବ ଦାସ ଏବଂ ଚିରଞ୍ଜୀବ ବିଶ୍ୱାଳଙ୍କୁ ଡକାଯାଇଛି। ଆସନ୍ତା ୧୯ ତାରିଖରେ ରାଜ୍ୟରେ ଦଳର ସଂଗଠନ ମଜଭୁତ କରିବା ନେଇ ରାହୁଲ ଏହି ୩ ବରିଷ୍ଠ ନେତାଙ୍କ ସହ ପ୍ରଭାରୀ ଜିତେନ୍ଦ୍ର ସିଂହ ଏବଂ ନିକଟରେ ନିଯୁକ୍ତି ପାଇଥିବା ୩ ଏଆଇପିସି ସମ୍ପାଦକ ଏବଂ ଜଣେ ଯୁଗ୍ମ ସମ୍ପାଦକଙ୍କୁ ଆଲୋଚନା ପାଇଁ ଡକାଯାଇଛନ୍ତି।

Leave a Reply

Your email address will not be published. Required fields are marked *