ମିଶରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌: ୪ ସୈନ୍ୟ ମୃତ

କାଏରୋ, ୪।୩ : ମିଶରରେ ଆତଙ୍କବାଦ ବିରୋଧୀ ସର୍ଚ୍ଚ ଅପରେଶନରେ ୪ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ସିନାଇ ଅଞ୍ଚଳରେ ଜାରି ରହିଥିବା ଆତଙ୍କବାଦ ବିରୋଧୀ ଅପରେଶନରେ ଏପରି ଘଟିଥିବା କଲୋନେଲ ତାମେର ରିଫାଇ ରବିବାର ସୂଚିତ କରିଛନ୍ତି। ଉତ୍ତର ଓ କେନ୍ଦ୍ରୀୟ ସିନାଇ ତଥା ନୀଳନଦୀ ଉପତ୍ୟକାରେ ସେନାବାହିନୀ ଯୁଦ୍ଧବିମାନରୁ ବୋମାମାଡ଼ କରାଯାଇଥିଲା। ଏଥିରେ ୬ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେହିପରି ପୂର୍ବରୁ ଉତ୍ତର ସିନାଇ ଅଞ୍ଚଳରେ ସେନା ଆକ୍ରମଣରେ ୧୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୪୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା।

Leave a Reply

Your email address will not be published. Required fields are marked *