ତେହେରାନ,୧୮।୨: ଆସେମନ୍ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୬୬ ଜଣଙ୍କର ମୃତ୍ୟୁ ଘଟିଛି। ବିମାନଟି ମଧ୍ୟ ଇରାନର ଏକ ପାହାଡିଆ ଅଞ୍ଚଳରେ ଖସି ପଡିବା ଯୋଗୁ ଦୁର୍ଘଟଣା ଘଟିଛି। ତେହେରାନର ମେହରାବାଦ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନଟି ରବିବାର ସକାଳେ ଉଡାଣ ଆରମ୍ଭ କରିବାର ମାତ୍ର ୫୦ ମିନିଟ୍ ମଧ୍ୟରେ ରାଡାରଠାରୁ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ପରେ ଦକ୍ଷିଣ ଇସଫାହାନ୍ ଅଞ୍ଚଳର ସେମିରନ୍ ସିଟି ନିକଟ ପାଦେନା ପର୍ବତ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ସୂଚନା ମିଳିଛି। ତେବେ ଏଥିରେ ଥିବା ୬ ଜଣ ବିମାନ କର୍ମଚାରୀ ଓ ଜଣେ ଶିଶୁଙ୍କ ସମେତ ୬୬ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ। କୁହୁଡିଆ ପାଗ ସାଙ୍ଗକୁ ପାହାଡିଆ ସ୍ଥାନ ହୋଇଥିବାରୁ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବାକୁ ବିଳମ୍ବ ହୋଇଥିବା ଜଣାପଡିଛି।