ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌: ବିଜୟ ସତ୍ତ୍ୱେ ଫାଇନାଲରୁ ଇଂଲଣ୍ଡ ବାଦ୍‌

ହାମିଲ୍‌ଟନ,୧୮।୨(ଏଏଫ୍‌ପି)- କଲିନ୍‌ ମୁନ୍‌ରୋଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଚଳିତ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଇଂଲଣ୍ଡ ବିଜୟୀ ହେବା ସତ୍ତ୍ୱେ ଫାଇନାଲରୁ ବାଦ୍‌ ପଡ଼ିଛି। ରବିବାର ଖେଳାଯାଇଥିବା ମୁକାବିଲାରେ ଇଂଲଣ୍ଡ ୨ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ବିଜୟ ପରେ ମଧ୍ୟ ଫାଇନାଲକୁ ଉନ୍ନୀତ ହେବା ପାଇଁ ଆବଶ୍ୟକ ଥିବା ରନ୍‌ରେଟ୍‌ ହାସଲ କରିପାରି ନ ଥିଲା। ଫଳରେ ନ୍ୟୁଜିଲାଣ୍ଡ ଦଳ ଫାଇନାଲରେ ପ୍ରବେଶ କରିଛି। ୧୯୫ ରନ୍‌ର ଟାର୍ଗେଟ ନେଇ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ପାଇଁ ମୁନ୍‌ରୋ ଓ ମାର୍ଟିନ ଗୁପଟିଲଙ୍କ ଓପନିଂ ଯୋଡ଼ି ୭୮ ରନ୍‌ କରିଥିଲେ। ଏଥିମଧ୍ୟରେ ଥିଲା ମୁନ୍‌ରୋଙ୍କ (୫୩) ବିସ୍ଫୋରକ ଅର୍ଦ୍ଧଶତକୀ ଇନିଂସ୍‌। ସେ ୩ ଚୌକା ଓ ୭ ଛକା ସହାୟତାରେ ମାତ୍ର ୧୮ଟି ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ତାଙ୍କ ବାଦ୍‌ ମାର୍ଟିନ ଗୁପଟିଲଙ୍କ ୬୨ (୩ ଚୌକା ଓ ୪ ଛକା) ଓ ମାର୍କ ଚାପମ୍ୟାନଙ୍କ ୩୭ ରନ୍‌ର ଇନିଂସ୍‌ ସତ୍ତ୍ୱେ ନ୍ୟୁଜିଲାଣ୍ଡ ଦଳ ବିଜୟଲକ୍ଷ୍ୟ ଠାରୁ ୩ ରନ୍‌ ଦୂରରେ ରହିଯାଇଥିଲା। ଘରୋଇ ଦଳ ସମସ୍ତ ଓଭର୍‌ ବ୍ୟାଟିଂ କରି ୪ ଉଇକେଟ୍‌ ହରାଇ ୧୯୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ଆଦିଲ ରଶିଦ ଓ ଲିଆମ ଡାଓ୍ବେସନ ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ। ପୂର୍ବରୁ ଅଧିନାୟକ ଇଆନ ମୋର୍ଗାନଙ୍କ ଅପରାଜିତ ୮୦ (୪ ଚୌକା ଓ ୬ ଛକା) ରନ୍‌ର ଇନିଂସ୍‌ ବଳରେ ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ଉଇକେଟ୍‌ ହରାଇ ୧୯୪ ରନ୍‌ କରିଥିଲା। ଦଳ ପାଇଁ ଡଓ୍ବେିଡ ମଲାନ ୫୩ ଓ ଜାସନ ରୟ ୨୧ ରନ୍‌ କରିଥିଲେ। ଦଳକୁ ଫାଇନାଲରେ ପ୍ରବେଶ କରିବା ପାଇଁ ନ୍ୟୁଜିଲାଣ୍ଡକୁ ୧୭୫ ରନ୍‌ ମଧ୍ୟରେ ସୀମିତ କରିବାର ଆବଶ୍ୟକତା ଥିଲା। ଘରୋଇ ଦଳ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୩ଟି ଓ ଟିମ୍‌ ସୌଦି ୨ଟି ଉଇକେଟ୍‌ ଅକ୍ତିଆର କରିଥିଲେ।

Leave a Reply

Your email address will not be published. Required fields are marked *