ଆଫଗାନିସ୍ତାନରେ ଆତ୍ମଘାତୀ ବୋମା ବିସ୍ଫୋରଣ: ୨୩ ମୃତ

କାବୁଲ,୨୪।୨: ଆଫଗାନିସ୍ତାନରେ ଶନିବାର ଏକାଧିକ ଆତ୍ମଘାତୀ ବୋମା ବିସ୍ଫୋରଣରେ ପାଖାପାଖି ୨୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ପଶ୍ଚିମ ସୀମାରେ ଥିବା ବାଲା ବୁଲୁକ ଜିଲାରେ ୧ ସେନା ଶିବିରରେ ତାଲିବାନୀ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ୧୮ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଉକ୍ତ ଅଞ୍ଚଳରେ ଅଧିକ ସେନା ମୁତୟନ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରବକ୍ତା ଦୌଲତ ଓ୍ବାଜିର ସୂଚନା ଦେଇଛନ୍ତି। ଘଟଣା ପାଇଁ ତାଲିବାନ ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିଛି। ସେହିପରି ଶନିବାର ପୂର୍ବାହ୍ନରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ହେବାସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *